ସାଉଦିଆରବରେ ରମଜାନ ପରେ ଲକଡାଉନ ଲାଗୁ କରାଯିବ 

ସାଉଦିଆରବରେ  ମୁସଲମାନ ମାନଙ୍କ ପବିତ୍ର ରମଜାନ ମାସ ପାଳନ  ପରେ ସଂପୂର୍ଣ୍ଣ  ଲକଡାଉନ ଲାଗୁ କରାଯିବ |  ଏହି ଲକଡାଉନ ମେ 23 ରୁ  27 ପର୍ଯ୍ୟନ୍ତ ଲାଗୁ କରାଯିବ ବୋଲି ଆଭ୍ଯନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଦିନ ଘୋଷଣା କରାଯାଇଛି |

ବର୍ତ୍ତମାନ ଇଦ ଉଲ-ଫିତର ପର୍ବ ପାଳନ କରାଯାଉଥିବା ବେଳେ ପବିତ୍ର ରମାଦାନ ଶେଷ ହେବାକୁ ଯାଉଛି | ଏହି ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ମିଳିମିଶି  ପର୍ବ ପାଳନ କରିଥାନ୍ତି |