ଭାରତୀୟ ବାହିନୀ ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଅତିକ୍ରମ କରିଥିବା ନେଇ ଚୀନର ଅଭିଯୋଗକୁ  ଖଣ୍ଡନ କରିଛି ଭାରତ 

ଭାରତୀୟ ବାହିନୀ ଚୀନ ପଟର ଲଦାଖ ଓ ସିକିମରେ  ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଅତିକ୍ରମ କରିଥିବା ନେଇ ଚୀନର ଅଭିଯୋଗକୁ  ଭାରତ ଗୁରୁବାର ଦିନ ଖଣ୍ଡନ କରିଛି ଓ  ସୀମା ପରିଚାଳନା ଦିଗରେ  ଭାରତ ନୀତିଗତ ଆଭିମୁଖ୍ଯ ଗ୍ରହଣ କରେ ବୋଲି ଜୋର ଦେଇ କହିଛି |

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଏହି ଇଲାକାରେ ଭାରତର ସ୍ଵାଭାବିକ ପହରା କାର୍ଯ୍ୟରେ ଚୀନ ପଟରୁ ହିଁ ବାଧା ଦିଆଯାଇଥିଲା |

ସେ କହିଛନ୍ତି ଯେ   ଭାରତୀୟ ସେନାବାହିନୀ ପଶ୍ଚିମ  ସେକ୍ଟର  ବା ସିକିମ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଅତିକ୍ରମ କରି  କାର୍ଯ୍ୟକଳାପ ଚଳେଇଛି ବୋଲି ଚୀନ ଦ୍ଵାରା କରାଯାଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା | ଭାରତୀୟ ବାହିନୀ ଭାରତ-ଚୀନ ସୀମା ଇଲାକାରେ ପ୍ରକୃତ ନିୟନ୍ତ୍ରଣ ସୀମା ରେଖା ନେଇ ସଂପୂର୍ଣ୍ଣ ଅବଗତ ଅଛନ୍ତି ଓ ଏହାକୁ କଡାକଡି ଭାବେ ପାଳନ କରୁଛନ୍ତି | ସବୁ ପ୍ରକାରର କାର୍ଯ୍ୟକଳାପ ଭାରତ ପଟରେ ହିଁ କରାଯାଉଛି ବୋଲି ସେ ଦୃଢୋକ୍ତି  ପ୍ରକାଶ କରିଛନ୍ତି |