ଆମେରୀକାରେ ମିନିଆପୋଲିସର ପୂର୍ବତନ ପୋଲିସ ଅଫିସର ଡେରେକ ଚୋଭିନଙ୍କ ଗିରଫ ସତ୍ତ୍ଵେ ଦେଶର ପ୍ରାୟ ସବୁ ସହରରେ ବ୍ୟାପିଥିବା ହିଂସା କମିବାକୁ ନାଁ ଧରୁନି | ଡେରେକଙ୍କ ବିରୁଦ୍ଧରେ ଥାର୍ଡ ଡିଗ୍ରୀ ହତ୍ୟାର ଅଭିଯୋଗ ଦାୟର ହୋଇଛି |
ଜଣେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ହାଜତରେ ହୋଇଥିବା ମୃତ୍ୟୁକୁ ନେଇ ହିଂସା ଏବଂ ବିକ୍ଷୋଭ ପ୍ରାୟ 40ଟି ସହରକୁ ବ୍ୟାପି ଯାଇଛି | ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହତ୍ୟାର ନିନ୍ଦା କରିବା ସହିତ ଫ୍ଲଏଡର ପରିବାରକୁ ନ୍ଯାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି |