1- ଦେଶରେ କରୋନାରୁ 95,527 ଆରୋଗ୍ୟ, ଗତ 24 ଘଣ୍ଟାରେ 3708 ଲୋକ ଆରୋଗ୍ୟ, ଦେଶରେ ଆରୋଗ୍ୟ ହାର 48 ଭାଗ ହେଲା
2- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଶିଳ୍ପ ମହାସଂଘର 125ତମ ବାର୍ଷିକୀ ଉତ୍ସବରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଉଦବୋଧନ ଦେଲେ ଏବଂ ଅର୍ଥନୀତିର ପୁନଃରୁଦ୍ଧାର ଉପରେ ଗୁରୁତ୍ଵ ଦେବା ସହିତ ଆତ୍ମ ନିର୍ଭରଶୀଳତା ଉପରେ ପ୍ରାଧାନ୍ୟ ଦେଲେ
3-ପ୍ରଧାନମନ୍ତ୍ରୀ କହିଲେ ଆମର ଜିଡିପି ଖୁବଶିଘ୍ର ପୂର୍ବ ସ୍ଥିତିକୁ ଫେରିବ ସେ କହିଲେ ଟାଲେଣ୍ଟ ଏବଂ ଟେକନୋଲୋଜି ଭାରତୀୟ ଅଭିବୃଦ୍ଧିର ଦୁଇଟି ପ୍ରମୁଖ ସ୍ତମ୍ଭ
4- ପ୍ରଧାନମନ୍ତ୍ରୀ କହିଲେ ଭାରତୀୟ କୃଷକ ଏବେ ନିଜର ଉତ୍ପାଦ ଦେଶର କୌଣସି ବି ସ୍ଥାନରେ ସର୍ବୋତ୍ତମ ମୂଲ୍ୟରେ ବିକ୍ରି କରିପାରିବେ
5- କୋଇଲା ଏବଂ ଖଣି କ୍ଷେତ୍ର ଘରୋଇ କ୍ଷେତ୍ର ପାଇଁ ଖୋଲିଲା, ସରକାର ବାଣିଜ୍ୟ ପାଇଁସୁବିଧାଯୋଗାଣକାରୀର ଭୂମିକା ଗ୍ରହଣ କରିବ
6- ପ୍ରଧାନମନ୍ତ୍ରୀ କହିଲେ ଭାରତ ପ୍ରତି ବିଶ୍ଵର ଆସ୍ଥା ବଢିଛି ଏହାକୁ ଆମେ ଆଗେଇ ନେବା
7- ପ୍ରଧାନମନ୍ତ୍ରୀ କହିଲେ ସରକାର ଶିଳ୍ପକୁ ଅଧିକ ସ୍ଵାଧିନତା ଦେବେ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ
8- ପ୍ରଧାନମନ୍ତ୍ରୀ କହିଲେ ଭାରତରେ ନିର୍ମିତ, ବିଶ୍ଵ ପାଇଁ ନିର୍ମିତ ଉପରେ ଗୁରୁତ୍ଵ ଏହା ଆମ ସ୍ଥାନୀୟ ଉତ୍ପାଦକୁ ପ୍ରସିଦ୍ଧି ଦେବ
9- ଖୁବ ଶିଘ୍ର ଆମେ ଆମଦାନୀକୁ ହ୍ରାସ କରିବାର ଆବଶ୍ୟକତା ରହିଛି, ଅନେକ ଇଲେକଟ୍ରୋନିକ୍ସ ଜିନିଷ ଭାରତରେ ନିର୍ମାଣ ହୋଇପାରିବ ଯାହାଦ୍ଵାରା କର୍ମି ନିଯୁକ୍ତି ମଧ୍ୟ ସୃଷ୍ଟି କରିବ
10- ପ୍ରତିଦିନ 3 ଲକ୍ଷ ପିପିଇ କିଟ ପ୍ରସ୍ତୁତ ପାଇଁ ପ୍ରଧାନମନ୍ତ୍ରୀ ଭାରତୀୟ ଉଦୌଗକୁ ପ୍ରଶଂସା କଲେ
11- ପ୍ରଧାନମନ୍ତ୍ରୀ କହିଲେ ଆମ ଉଦୌଗୀମାନେ ଆତ୍ମ ନିର୍ଭର ଭାରତର ମନ୍ତ୍ରକୁ ଗ୍ରହଣ କରି ଆମ ଆର୍ଥିକ ଅଭିବୃଦ୍ଧିକୁ ଖୁବ ଶିଘ୍ର ପୁନରୁଦ୍ଧାର କରି ଆଗେଇ ନେବେ