ମୁଖ୍ୟ ସମ୍ବାଦ

ଦେଶରେ କୋଭିଡ-19ରୁ 1,00,302 ଜଣ ସୁସ୍ଥ ହୋଇଛନ୍ତି | ଗତ 24 ଘଣ୍ଟା ମଧ୍ୟରେ 5076 ଜଣ ଆରୋଗ୍ୟ ଲାଭ କରିଛନ୍ତି | ଆରୋଗ୍ୟ ହାର 49.62 ପ୍ରତିଶତକୁ ବୃଦ୍ଧି ପାଇଛି | 

ଜାତୀୟ ରାଜଧାନୀ ଦିଲ୍ଲୀରେ ଆଉ 1298ଟି  କରୋନା ମାମଲା ବୃଦ୍ଧି ପାଇଛି | 9200 ରୁ ଅଧିକ ଜଣ ସୁସ୍ଥ ହୋଇଛନ୍ତି |

ମହାବାତ୍ୟା ନିଃସର୍ଗକୁ ଦୃଷ୍ଟିରେ ରଖି  ମୁମ୍ବାଇ ସହରରେ  144 ଧାରା ଲାଗୁ କରାଯାଇଛି | 129 ବର୍ଷ ମଧ୍ୟରେ ଏହା ହେଉଛି ପ୍ରଥମ ଘୂର୍ଣ୍ଣିବାତ୍ୟା |  ଆଜି ଦୁଇଟି ଉଚ୍ଚ ଜୁଆର ଦେଖାଯାଇଥିଲା  |  4.25 ମିଟରରୁ ଊର୍ଦ୍ଧ୍ଵ ବିଶିଷ୍ଟ ପ୍ରଥମ  ଉଚ୍ଚ ଜୁଆର ସକାଳ 10.06 ଟାରେ  ଦେଖାଯାଇଥିଲା | ଉପକୂଳବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି |

ଏନଡ଼ିଆରଏଫ, ଏସଡ଼ିଆରଏଫ ଓ ମୁମ୍ବାଇ ପୋଲିସ ଟିମ ମୁମ୍ବାଇର ମେରାଇନ ଡ୍ରାଇଭ ଇଲାକାରେ ପହରା ଦେଉଛନ୍ତି ଓ  ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ଜଳ ରାସ୍ତା ଉପରକୁ ଆସୁଥିବାରୁ ସମୁଦ୍ର ଭିତରକୁ ନଯିବା ଲାଗି ପରାମର୍ଶ ଦେଉଛନ୍ତି | ମୁମ୍ବାଇର ଅନେକ ତଳୁଆ ଇଲାକା ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ହୋଇଯାଇଛି |

ମହାବାତ୍ୟା ନିଃସର୍ଗ ଯୋଗୁଁ ସୁରତ ଓ ଭଲସାଦରେ ହାଇଏଲର୍ଟ ଜାରି କରାଯାଇଛି | ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗିରହିଛି | ବହୁ ସଂଖ୍ୟାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି |

ଉଭୟ ମହାରାଷ୍ଟ୍ର ଓ ଗୁଜରାଟକୁ ସବୁ ପ୍ରକାରର ସହାୟତା ପ୍ରଦାନ ଲାଗି କେନ୍ଦ୍ରସରକାର ପ୍ରତିଶ୍ରୁତି ଦେଇଛନ୍ତି | ମହାବାତ୍ୟା ନିଃସର୍ଗ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ଏକ ବୈଠକ କରିଛନ୍ତି |

ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ଏକ ସଂଘର୍ଷରେ ନିରାପତ୍ତାବାହିନୀ ଦ୍ଵାରା  ଜେଶ ଇ ମହମ୍ମଦ ସନ୍ତ୍ରାସବାଦୀ ଗୋଷ୍ଠୀର ତିନିଜଣ ସନ୍ତ୍ରାସବାଦୀ ନିହତ | ଭାରତୀୟ ନିରାପତ୍ତାବାହିନୀ, ପାକିସ୍ତାନ ସମର୍ଥିତ ସନ୍ତ୍ରାସବାଦୀ ଗୋଷ୍ଠୀର ଅନେକ ଉଦ୍ୟମ ପଣ୍ଡ କରିଦେଇଛି  |  

ଜର୍ଜ ଫ୍ଲଏଡଙ୍କୁ ହାଜତରେ ହତ୍ୟା କରାଯିବା ଘଟଣା ପରେ  ଜାରିଥିବା ବିକ୍ଷୋଭ ପ୍ରଦର୍ଶନକୁ ଦମନ କରିବା ଲାଗି ଆମେରିକା ଜାତୀୟ ଗାର୍ଡକୁ ମୁତୟନ କରିବା ପାଇଁ ୱାସିଙ୍ଗଟନ ଆହ୍ଵାନ ଦେବା ପରେ  ସେମାନଙ୍କୁ ଅନୁମତି  ଦେବା ଲାଗି ଆମେରିକାର ଅନେକ ଷ୍ଟେଟ ମନାକରିଦେଇଛନ୍ତି |

ସମଗ୍ର ବିଶ୍ଵରେ ଜାତିଭେଦ ବିରୁଦ୍ଧରେ ଏକତା  ପ୍ରତିବାଦ  ପ୍ରଦର୍ଶନ ଚାଲିଛି | ଜର୍ଜ ଫ୍ଲଏଡଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଲାଗି ବିକ୍ଷୋଭକାରୀ ମାନେ ପ୍ରତିବାଦ କରୁଛନ୍ତି | 

ବ୍ରାଜିଲର  ରେନଫରେଷ୍ଟରେ ଅବୈଧ ଭାବେ ଗଛ କାଟିଥିବା ଯୋଗୁଁ ଶହଶହ ଲୋକଙ୍କୁ ଗିରଫ କରାଯାଇଛି | ଏହି ଜଙ୍ଗଲକୁ ଲାଟିନ ଆମେରିକାର ଫୁସଫୁସ ବୋଲି କୁହାଯାଏ |