ମୁଖ୍ୟ ସମ୍ଵାଦ

1- ଭାରତର ଆରୋଗ୍ୟ ହାର ପ୍ରାୟ 49 ଭାଗ ହେଲା, ମୋଟ 114073 ଲୋକ କରୋନାରୁ ଆରୋଗ୍ୟ, ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଲା 115042 ରୋଗୀଙ୍କ ମଧ୍ୟରୁ 80 ଭାଗ ସ୍ଵଳ୍ପ କିମ୍ବା ଲକ୍ଷଣ ବିହିନ, କେବଳ 3 ଭାଗ ରୋଗୀଙ୍କୁ ଆଇସିୟୁ କିମ୍ଵା ଭେଣ୍ଟିଲେଟର ହେଉଛି ଲୋଡା

2- ଭାରତର ତେଫ୍ଟନାଣ୍ତ ଜେନେରାଲ ହରିନ୍ଦର ସିଂହ ଲଦାଖରେ ସୀମା ବିବାଦ ଉପରେ ଚୀନର ମେଜର ଜେନେରାଲ ଲିଉ ଲିନଙ୍କ ସହିତ ଆଲୋଚନା କରୁଛନ୍ତି

3- ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଚୀନ ସହିତ ସୀମା ମତଭେଦକୁ ନେଇ ହୋଇଥିବା କୂଟନୈତିକ ସ୍ତରୀୟ ଆଲୋଚନା ସକରାତ୍ମକ ରହିଛି, ଉଭୟ ଦେଶ ଶାନ୍ତି, ସ୍ଥିରତା ଏବଂ ବଂଧୁତ୍ଵ ବଜାୟ ରଖିବାକୁ ସହମତ

4- କରୋନାରେ ଅଧିକ ପ୍ରଭାବିତ ମୁମ୍ଵାଇ ଅଧିକ ପରୀକ୍ଷଣ କରିବା ଆରମ୍ଭ କରିଛି, ଏସବୁ ଆଇସିଆମଆର ନିୟମାବଳି ଅନୁଯାୟୀ ହେଉଥିବା ମହାରାଷ୍ଟ୍ର ସରକାର କହିଛନ୍ତି

5-ତାମିଲନାଡୁରେ 5ଲକ୍ଷରୁ ଅଧିକ ଲୋକଙ୍କର କୋଭିଡ-19 ପରୀକ୍ଷା କରାଯାଇଛି 

6- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଆଣ୍ତୋ ରା,୍ଟ୍ରପତିଙ୍କ ସହିତ କରୋନା ମହାମାରୀ ସଂପର୍କରେ ଆଲୋଚନା କରିଛନ୍ତି, ମୁକାବିଲା ପାଇଁ ଭାରତ ସହାୟତା କରିବ ବୋଲି ପ୍ରତିଶ୍ରୁତି ଦେଲେ ଶ୍ରୀ ମୋଦି, ଏହି ଦେଶକୁ ଭାରତ ଔଷଧ ଏବଂ ଅନ୍ୟ ଚିକିତ୍ସା ସାମଗ୍ରୀ ପଠାଇଛି

7- ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି  କରୋନା ସମସ୍ୟା ଏବଂ ଦରଦାମ ବୃଦ୍ଧି ସତ୍ଵେ ସରକାରୀ କର୍ମଚାରୀମାନଙ୍କ ଦରମା ବନ୍ଦ କରିବାକୁ ପାକିସ୍ତାନକୁ କହିଛି

8- ୟୁରୋପୀୟ ସଂଘ କହିଛି 30 ଜୁନ ପରେ ପର୍ଯ୍ୟଟକମାନଙ୍କୁ ଆସିବାକୁ ଅନୁମତି ମିଳିତ, ସେଠାକାର ପର୍ଯ୍ୟଟନ ଶିଳ୍ପ କରୋନା ଯୋଗୁଁ  ଭୁସୁଡି ପଡିଛି

9-ଜାତିସଂଘ ସମର୍ଥିତ ଲିବିୟାର ସରକାରୀ ସୈନ୍ୟ ଖଲିଫା ହଫତାରଙ୍କୁ ତାଙ୍କର ଗଡ ପଶ୍ଚିମାଞ୍ଚଳ ଲିବିୟାର ତାରହୌନାରୁ ବିତାଡିତ କଲା

10- ମାଲିର ରାଷ୍ଟ୍ରପତି ଇବ୍ରାହିମ ବୌବାକର କୈଟାଙ୍କୁ ବିଭିନ୍ନ କ୍ଷେତ୍ରରେ ନିଜର ଅସଫଳତା ପାଇଁ ଗାଦି ଛାଡିବାକୁ ହଜାର ହଜାର ଲୋକ ରାଜଧାନୀ ବାମାକୋରେ ବିକ୍ଷୋଭ କଲେ