ମୁଖ୍ୟ ସମ୍ବାଦ

1- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂଧ୍ୟା 4ଟାରେ ରେଡିଓ ଏବଂ ଦୂରଦର୍ଶନରେ ଦେଶବାସୀଙ୍କୁ ଉଦବୋଧନ ଦେବେ ଅନଲକ-2 ଏବେ ଲଦାଖରେ ସାଂପ୍ରତିକ ଘଟଣାକୁ ନେଇ ମଧ୍ୟ ତାଙ୍କର ବକ୍ତବ୍ୟ ରଖିବେ

2- ଦେଶରେ କୋଭିଡ-19ରୁ 3,34,822 ଜଣ ଆରୋଗ୍ୟ ହୋଇଛନ୍ତି, ଗତ 24 ଘଣ୍ଟାରେ 13,099 ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି ଏବଂ ଜାତୀୟ ଆରୋଗ୍ୟ ହାର 59 ଭାଗରେ ପହଞ୍ଚିଛି, ଦିଲ୍ଲୀରେ 85,161 ଜଣଙ୍କ ମଧ୍ୟରୁ 56,000 ଆରୋଗ୍ୟ , ଏହି ହାର 66 ଭାଗ ହୋଇଛି

3-  ଗତ 24 ଘଣ୍ଟାରେ ଦେଶରେ 2,10,292 ଜଣଙ୍କର କୋଭିଡ ପରୀକ୍ଷଣ କରାଯାଇଛି ଏପର୍ଯ୍ୟନ୍ତ 90 ଲକ୍ଷ ଲୋକଙ୍କର ପରୀକ୍ଷଣ ହୋଇ ସାରିଛି

4- ଜମ୍ମୁ କଶ୍ମୀରର ଅନନ୍ତନାଗରେ 2 ସନ୍ତ୍ରାସବାଦି ନିରାପତ୍ତା ବାହିନୀ ଗୁଳିରେ ନିହତ, ବିଜବେହେରାରେ ସନତ୍ରାସବାଦିମାନଙ୍କୁ ଖୋଜାଖୋଜି ସମୟରେ 2 ସନ୍ତ୍ରାସବାଦି ନିହତ

5- ପାକିସ୍ତାନ ପୁଣି ଅସ୍ତ୍ରବିରତି ଲଂଘନ କରି ବାରମୁଲ୍ଲା ଜିଲ୍ଲାର ନୌଗାମରେ ସେକ୍ଟରରେ ଗୁଳି ବର୍ଷଣ କଲା, ଭାରତୀୟ ଯବାନହ୍କ କଡା ଜବାବ

6- ଲଦାଖର ଚୁସୁଲରେ ବର୍ତ୍ତମାନ ଚୀନ ଏବଂ ଭାରତର କର୍ପ ସମାଣ୍ତର ସ୍ତରୀୟ ଆଲୋଚନା ଚାଲିଛି ଏହା ହେଉଛି ତୃତୀୟ ପର୍ଯ୍ୟାୟ ଆଲୋଚନା 

7-ଆସନ୍ତା ଦାଲି ଠାରୁ ଅନଲକ-2 ଆରମ୍ଭ କେତେକ କଟକଣାକୁ କୋହଳ କରାଯିବ, ରାତି 10ରୁ ସକାଳ 5 ଯାଏଁ ସାଂଧ୍ୟ ଆଇନ ରହିବ ଏବଂ ଅଧିକ ଟ୍ରେନ ବିମାନ ସେବା ଆରମ୍ଭ ହେବ

8- ଆନ୍ତର୍ଜାତୀୟ ବିମାନ ସେବା, ମେଟ୍ରୋ ରେଳ, ସମସ୍ତ ଶିକ୍ଷାନୁଷ୍ଠାନ, ଜିମ, ସୁଇମିଙ୍ଗ ପୁଲ, ରାଜନୈତିକ ଏବଂ ଧାର୍ମିକ ସଭାରେ ଅକତ୍ର ହେବା ଜୁଲାଇ 31 ପର୍ଯ୍ୟନ୍ତ ବନ୍ଦ ରହିବ

9- ଭୁଟାନ ଏବଂ ଭାରତ ମଧ୍ୟରେ 600 ମେଗାଵାଟର ଜଳବିଦ୍ୟୁତ ପ୍ରକଳ୍ପକୁ ନେଇ ବୁଝାମଣା ସ୍ଵାକ୍ଷର ଏହି ପ୍ରକଳ୍ପ ଭୁଟାନରେ ହେବ

10- ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରୋନା ଭୁତାଣୁର ମୂଳ ଉତ୍ପତ୍ତି ଜାଣିବା ପାଇଁ ଚୀନକୁ ଏକ ଟିମ ପଠାଇବ

11- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାକୁ ନଭେମ୍ଵର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କଲେ ଘୋଷଣା, 5 କିଲୋ ଚାଉଳ କିମ୍ଵା ଗହମ ପ୍ରତି ପରିବାରକୁ ଅର୍ଥାତ 80 କୋଟି ଭାରତୀୟଙ୍କୁ ଦିଆଯିବ ଏବଂ ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ

12- କଡାକଡି ଭାବେ ଶାରୀରିକ ଦୂରତା, ହାତ ପରିସ୍କାର ରଖିବା ଏବଂ ମାସ୍କ ପିନ୍ଧିବା ପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଅନୁରୋଧ କଲେ, ନାଗରୀକ କର୍ତ୍ତୃପକ୍ଷ ଏହାକୁ କଡାକଡି ପାଳନ କରିବେ

13- ମୌସୁମୀ ଋତୁରେ ଜ୍ଵର, ଥଣ୍ତା ଏବଂ କାସ ପରି ଅନେକ ରୋଗ ହେଉଥିବାରୁ ଲୋକମାନହ୍କୁ ଅଧିକ ସଜାଗ ରହିବାକୁ ପ୍ରଧାନମନ୍ତ୍ରୀ କହିଲେ