ଗତକାଲିଠାରୁ ବନ୍ଦେ ଭାରତ ମିଶନ ଏହାର ଚତୁର୍ଥ ପର୍ଯ୍ୟାୟରେ ପ୍ରବେଶ କରିଛି | ଗଣମାଧ୍ୟମକୁ ସଂକ୍ଷେପରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଜୁଲାଇ ୧ ତାରିଖ ସୁଦ୍ଧା ମୋଟ ୫ ଲକ୍ଷ ୮୩ ହଜାର ୧୦୯ ଜଣ ଦେଶକୁ ଫେରିବା ପାଇଁ ଅନୁରୋଧ କରିଥିଲେ ଓ ୪ ଲକ୍ଷ ୭୫ ହଜାରରୁ ଅଧିକ ଲୋକ ଏହି ମିଶନ ଅଧୀନରେ ଫେରିଛନ୍ତି। ।
ଏଥିରେ ୯୦ ହଜାରରୁ ଅଧିକ ଭାରତୀୟ ଅନ୍ତର୍ଭୁକ୍ତ, ଯେଉଁମାନେ ନେପାଳ, ଭୁଟାନ ଏବଂ ବାଂଲାଦେଶରୁ ସ୍ଥଳ ସୀମା ଇମିଗ୍ରେସନ ଚେକ୍ପଏଣ୍ଟ ଦେଇ ଫେରିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ମିଶନର ଚତୁର୍ଥ ପର୍ଯ୍ୟାୟରେ ୫୦୦ରୁ ଅଧିକ ବିମାନ ଚଳାଚଳ କରିବ । ଏଥିରେ ଉଭୟ ଏୟାର ଇଣ୍ଡିଆ ଏବଂ ବେସରକାରୀ ପରିବହନକାରୀ ନିଜର ପରିବର୍ଦ୍ଧିତ କ୍ଷମତାକୁ ପ୍ରତିପାଦିତ କରିବେ ।