ମୁଖ୍ୟ ସମ୍ବାଦ

୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖସ୍ଥିତ ଲେହ ପରିଦର୍ଶନ କରି ନିମୁରେ ଥିବା ପୋଷ୍ଟରେ ଭାରତର ସୀମା ସୁରକ୍ଷାରେ ନିୟୋଜିତ ଭାରତୀୟ ସୈନ୍ୟଙ୍କ ସହ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ସେନୈମାନଙ୍କ ସହିତ ମତ ବିନିମୟ କରିଥିଲେ ଶ୍ରୀ ମୋଦୀଙ୍କ ସହ ରକ୍ଷା ପ୍ରମୁଖ ଜେନେରାଲ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ଏମ୍‌ ଏମ୍‌ ନାରାଭଣେ ମଧ୍ୟ ଉପସ୍ଥିତ ଥିଲେ

୨) ଭାରତରେ କୋଭିଡ୍‌-୧୯ରୁ ମୋଟ ୩,୭୯,୮୯୨ଜଣ ସୁସ୍ଥ ହୋଇଛନ୍ତି ମହାମାରୀ ଆରମ୍ଭ ହେବା ପରଠାରୁ ଗୋଟିଏ ଦିନରେ ୨୦,୦୩୨ ଜଣ ରେକର୍ଡ  ସଂଖ୍ୟକ ଆରୋଗ୍ୟ ହୋଇଛନ୍ତି ଆରୋଗ୍ୟ ହାର ବର୍ତ୍ତମାନ ୬୦.୪% ରେ ପହଞ୍ଚିଛି

୩) ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୪୧,୫୭୬ କୋଭିଡ୍‌-୧୯ ନମୂନା ପରୀକ୍ଷା କରାଯାଇଛି

୪) ଜଣେ ପୋଲିସ୍, ସିଆରପିଏଫ୍‌ କର୍ମଚାରୀ ଏବଂ ଜଣେ ୬ ବର୍ଷର ବାଳକକୁ ହତ୍ୟା କରିଥିବା ଆତଙ୍କବାଦୀ ଶ୍ରୀନଗରରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଛି

୫) ଅପରାଧିକ ମାମଲା ବିଚାରାଧୀନ ରହିଥିବାରୁ ମାର୍ଚ୍ଚରେ ଦିଲ୍ଲୀ ମଣ୍ଡଳୀରେ ଯୋଗ ଦେଇଥିବା ବିଦେଶୀ ତବ୍‌ଲିଗି ଜମାତ ସଦସ୍ୟଙ୍କୁ ଦେଶରୁ ବିତାଡିତ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି

୬) ଭାରତୀୟ ଫାର୍ମା କମ୍ପାନୀ ଜିଡସ୍ କ୍ୟାଡିଲା ଏହାର କୋଭିଡ୍‌-୧୯ ଟିକାର ମାନବ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିବା ପାଇଁ ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲଙ୍କ ଅନୁମୋଦନ ଲାଭ କରିଛି

୭) ବିଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏଫ୍‌ଡିଆଇ ପାଇଁ ଭାରତ ଖୋଲା ଅଛି; କିନ୍ତୁ ଇଣ୍ଟରନେଟ୍ ଟେକ୍ନୋଲୋଜି କ୍ଷେତ୍ରରେ ପାଣ୍ଠିର ପ୍ରବାହକୁ ସ୍ୱାଗତ କରୁଥିବାବେଳେ ନିୟାମକ ପ୍ରଣାଳୀ କାର୍ଯ୍ୟକାରୀ କରିବ

୮) ହଂକଂରେ ହସ୍ତକ୍ଷେପ କରିବା ବିରୋଧରେ ଚୀନ୍ ଆମେରିକା ଏବଂ ବ୍ରିଟେନକୁ ଦୃଢ଼ ଚେତାବନୀ ଦେଇଛି ବେଜିଂ କହିଛି ପଶ୍ଚିମର ଚାପ କୌଶଳ ସଫଳ ହେବ ନାହିଁ

୯) କୋଭିଡ୍‌-୧୯  ବିରୋଧରେ ଉତ୍ତର କୋରିଆର ନେତା କିମ ଜଙ୍ଗ ଉନ୍ ତାଙ୍କ ଦେଶର ବଡ଼ ସଫଳତାକୁ ପ୍ରଶଂସା କରିଛନ୍ତି ମହାମାରୀ ଆରମ୍ଭ ହେବା ପରଠାରୁ ପ୍ୟୋଙ୍ଗୟାଙ୍ଗଠାରେ କରୋନା ଭୂତାଣୁର କୌଣସି ମାମଲା ମିଳି ନାହିଁ

୧୦) ଅଶୋଧିତ ତୈଳ ଦର ହ୍ରାସ ପାଇବାରେ ଲାଗିଛି କାରଣ ଭୂତାଣୁ ପୁନର୍ବାର ଆନ୍ତର୍ଜାତୀୟ ଇନ୍ଧନ ଚାହିଦାକୁ ପ୍ରଭାବିତ କରିଛି