1- କୋଭିଡ-19ରୁ ଏପର୍ଯ୍ୟନ୍ତ ଦେଶରେ 4,09,083 ଲୋକ ଆରୋଗ୍ୟ, ଗତ 24 ଘଣ୍ଟାରେ 14,856 ଆରୋଗ୍ୟ, ଆରୋଗ୍ୟ ହାର 61 ଭାଗକୁ ବୃଦ୍ଧି
2- ଗତ 24 ଘଣ୍ଟାରେ 2,48,933 କୋଭିଡ-19 ପରୀକ୍ଷଣ ହୋଇଛି, ଏପର୍ଯ୍ୟନ୍ତ ଦେଶରେ 1 କୋଟି ପରୀକ୍ଷଣ ହୋଇସାରିଛି
3- ସୋମବାର ସକାଳ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକଡାଉନରେ ବେଙ୍ଗାଲୁରୁ, ଇତିମଧ୍ୟରେ କୋଲକାତା ଜୁଲାଇ 6 ତାରିଖ ଠାରୁ 2 ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ, ମୁମ୍ଵାଇ, ପୁନେ, ନାଗପୁର, ଅହମ୍ମଦାବାଦ ଏବଂ ଚେନ୍ନାଇରୁ ସମସ୍ତ ବିମାନ ଚଳାଚଳକୁ ନିଷିଦ୍ଧ କରିଛି
4- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାତ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି
5- ପ୍ରଧାନମନ୍ତ୍ରୀ ମୋଦି ବିଜେପିର କର୍ମୀମାନଙ୍କୁ ଉଦବୋଧନ ଦେଇ ଲକଡାଉନ ସମୟରେ ସେମାନଙ୍କ ସେବାକୁ ପ୍ରଶଂସା କରିଛନ୍ତି
6- ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି କର୍ମୀମାନେ ଦେଶ ପ୍ରଥମେ ଚିନ୍ତାଧାରାରେ ବିଶ୍ଵାସ ରଖନ୍ତି ଏବଂ ଏହାବ୍ୟତିତ ମାନବର ସେବା ହେଉଛି ସର୍ବଦା ପାର୍ଟିର ଧର୍ମ ରହିଛି
7- ଏକ ଆଇଇଡି ବିସ୍ଫୋରଣରେ ଜଣେ ସିଆରଏଫ ଯବାନ ଆହତ ଜମ୍ମୁ କଶ୍ମୀରର ପୁଲୱାମାରେ ସନ୍ତ୍ରାସବାଦିମାନେ ସେମାନଙ୍କ ଗାଡିକୁ ଆକ୍ରମଣ କରିଥିଲେ
8- ମଇ 7ରୁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନରେ ଏପର୍ଯ୍ୟନ୍ତ 5,03,990 ଜଣ ଅଟକି ରହିଥିବା ଭାରତୀୟଙ୍କୁ 137ଟି ଦେଶରୁ ଅଣାଯାଇଛି
9- ଜୁଲାଇ 6 ତାରିଖରୁ ଲାଲକିଲ୍ଲା ଏବଂ ତାଜ ମହଲ ସମେତ ଦେଶର 3691ଟି ଐତିହ୍ୟ ସ୍ଥଳିକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ, ସାମାଜିକ ଦୂରତା ଏଭଂ ଅନ୍ୟ ନିୟମ ମାନିବାକୁ ପଡିବ
10- ଚୀନ ସହିତ ସଂପର୍କକୁ ନେଇ ପୁନଃ ବିଚାର କରିବାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ସରକାରଙ୍କୁ କହିଛି, ଚୀନ ସହିତ ସଂପର୍କ ରଖିଲେ ବିଶ୍ଵର ଅନ୍ୟ ଦେଶ ପକ୍ଷରୁ ରୋଷର ଶିକାର ହେବାର ଆଶଙ୍କା ଦର୍ଶାଇଛି ବୈଦେଶିକ ମନ୍ତ୍ରଣାଳୟ