ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସୀମାବର୍ତ୍ତି ଇଲାକାରେ ସାମରିକ ଦୃଷ୍ଟିରୁ ମହତ୍ବପୂର୍ଣ୍ଣ ସଡକ, ବ୍ରିଜ ଓ ସୁଡଙ୍ଗର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ 

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସୀମାବର୍ତ୍ତି ଇଲାକାରେ ସାମରିକ ଦୃଷ୍ଟିରୁ ମହତ୍ବପୂର୍ଣ୍ଣ ସଡକ, ବ୍ରିଜ ଓ ସୁଡଙ୍ଗର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ | ସେ କହିଛନ୍ତି ସୀମା ସଡକ ସଂଗଠନ(ବିଆରଓ) ଏହି ଲକ୍ଷ ହାସଲ ଲାଗି ଅହରହ କାର୍ଯ୍ୟ କରୁଛି | ଗତକାଲି ଶ୍ରୀ ସିଂ ନୂଆଦିଲ୍ଲୀରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ବିଆରଓର ମୌଳିକ ଢାଞ୍ଚା ସମ୍ବନ୍ଧୀୟ ପ୍ରକଳ୍ପର ସମୀକ୍ଷା କରିଥିଲେ |

ଏହି ବୈଠକରେ  ସୀମା ଇଲାକାରେ ଯୋଗାଯୋଗ ନେଇ ସମୀକ୍ଷା କରାଯିବା ସହ ସଡକ, ବ୍ରିଜ ଓ ସୁଡଙ୍ଗର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ବ୍ୟାପକ ଆଲୋଚନା ହୋଇଥିଲା | କୋଭିଡ-19 ଯୋଗୁଁ ଲକଡାଉନ ସମୟରେ ମଧ୍ୟ ବିଆରଓ ବିଭିନ୍ନ ପ୍ରକଳ୍ପର ପ୍ରଗତିରେ ବାଧା ନପହଞ୍ଚାଇ କାର୍ଯ୍ୟ ଜାରି ରଖିଛି |