ବ୍ରାଜିଲରେ କରୋନା ମହାମାରୀ କରାଳ କାୟା ବିସ୍ତାର କରି ଏଥିଯୋଗୁଁ ମୃତ୍ୟୁ ସଂଖ୍ଯା ବଢିଚାଲିଥିବା ବେଳେ ରାଷ୍ଟ୍ରପତି ଯାଏର ବୋଲସୋନାରୋ କୋଭିଡ-19ରେ ଆକ୍ରାନ୍ତ ହୋଇଥିବା କଥା ଜଣାପଡିଛି | ମାସ୍କ ନପିନ୍ଧି ଭିଡ ସ୍ଥାନରେ ଲୋକଙ୍କ ସହ ମିଶୁଥିବା 65 ବର୍ଷ ବୟସ୍କ କରୋନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛନ୍ତି | ସେ ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସିକ୍ଳୋରୋକ୍ବିନ ଔଷଧ ଖାଉଛନ୍ତି ବୋଲି ଜଣାଇଛନ୍ତି | ଏହି ଔଷଧ କୋଭିଡ-19 ବିରୁଦ୍ଧରେ ଫଳପ୍ରଦ ହୋଇଥିବା ବିଷୟ ଏଯାଏଁ ପ୍ରମାଣ ହୋଇନାହିଁ |
ବିଶ୍ଵର ଷଷ୍ଠ ସର୍ବବୃହତ ରାଷ୍ଟ୍ର ବ୍ରାଜିଲରେ କରୋନା ଯୋଗୁଁ 65,000 ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ 1,5 ନିୟୁତରୁ ଅଧିକ ଲୋକ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି |