ଭାରତ, ଆମେରିକା ଏକ ସ୍ଵତନ୍ତ୍ର, ମୁକ୍ତ, ସମଷ୍ଟିଗତ, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତିଷ୍ଠା ଦିଗରେ କାମ କରିବା ପାଇଁ ସେମାନଙ୍କ ପ୍ରତିବଦ୍ଧତା ଦୋହୋରାଇଛନ୍ତି | ସେମାନେ ମଧ୍ୟ ଜାତିସଂଘରେ ବିଶେଷକରି ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସଦସ୍ୟତାକୁ ନେଇ ସହଯୋଗକୁ ଆହୁରି ଦୃଢୀଭୂତ କରିବା ଉପରେ ରାଜି ହୋଇଛନ୍ତି |
ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଓ ଆମେରିକାର ରାଜନୈତିକ ବ୍ୟାପାରୀୟ ବୈଦେଶିକ ଉପମନ୍ତ୍ରୀ ଡେଭିଡ ହିଲେ ଆପୋଷ ହିତ ଜଡିତ ବିଭିନ୍ନ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି |ଗତକାଲି ଏହି କଥାବାର୍ତ୍ତା ଦୁଇ ଦେଶର ବୈଦେଶିକ କାର୍ଯ୍ୟଳୟ ମଧ୍ୟରେ ଭର୍ଚୁଆଲ ବୈଠକ ଜରିଆରେ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ରାଜନୈତିକ, ଅର୍ଥନୈତିକ, ବାଣିଜ୍ୟିକ, ଆଞ୍ଚଳିକ ଓ ଆନ୍ତର୍ଜାତୀୟ ସହଯୋଗ ସମେତ ଭାରତ-ଆମେରିକା ବ୍ୟାପକ ବୈଶ୍ଵିକ ରଣନୀତିକ ଭାଗୀଦାରୀତା ଆଦି ସବୁ ପ୍ରସଙ୍ଗ ନେଇ ସମୀକ୍ଷା ହୋଇଥିଲା |
କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଔଷଧ ଓ ଟୀକା ବିକଶିତ କରିବା ସହିତ ଦ୍ଵିପକ୍ଷୀୟ ସ୍ୱାସ୍ଥ୍ୟ ଭାଗିଦାରୀତାକୁ ଆହୁରି ମଜବୁତ କରିବା ଲାଗି ସହମତ ହୋଇଛନ୍ତି |