ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଇରାନ ଉପରେ ଆମେରିକାର ଭୟଙ୍କର ଡ୍ରୋନ ଆକ୍ରମଣକୁ ନେଇ ଜାତିସଂଘ ମାନବାଧିକାର ବିଶେସଜ୍ଞଙ୍କ ଏକ ସ୍ଵତନ୍ତ୍ର ରିପୋର୍ଟକୁ ସମାଲୋଚନା କରିଛନ୍ତି| ଜାନୁଆରୀରେ ଘଟିଥିବା ଏହି ଡ୍ରୋନ ଆକ୍ରମଣରେ ଇରାନର ଜଣେ ପ୍ରମୁଖ ଜେନେରାଲ ପ୍ରାଣ ହରେଇଥିଲେ | ଏପରି ଆକ୍ରମଣ ଆନ୍ତର୍ଜାତୀୟ ନିୟମର ଲଙ୍ଘନ କରୁଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି |
ଇରାନର ଜେନେରାଲ କାଶିମ ସୋଲେଇମାନିଙ୍କ ମୃତ୍ୟୁ ଘଟଣା ଉପରେ ଜାତିସଂଘ ସମର୍ଥିତ ମାନବିକାଧିକାର ପରିଷଦରେ ଆଗ୍ନେସ କାଲାମାର୍ଡଙ୍କ ଦ୍ଵାରା ଏହି ରିପୋର୍ଟ ଉପସ୍ଥାପନା କରାଯାଇଛି| ଏସଂକ୍ରାନ୍ତରେ ରିପୋର୍ଟ ପ୍ରସ୍ତୁତ ପାଇଁ କାଲାମାର୍ଡଙ୍କୁ ପରିଷଦ ଦ୍ଵାରା ଦାୟିତ୍ଵ ଦିଆଯାଇଥିଲା |