ଦେଶରେ କୋଭିଡ-19 ମୃତ୍ୟୁ ହାର ଶତକଡା 2.72 କୁ ହ୍ରାସ ପାଇଛି 

ଦେଶରେ କୋଭିଡ-19 ମୃତ୍ୟୁ ହାର 2.72 ପ୍ରତିଶତକୁ ହ୍ରାସ ପାଇଛି | ଏହା ବିଶ୍ଵର ଅନେକ ଦେଶର କୋଭିଡ 19 ମୃତ୍ୟୁ ହାର ଠାରୁ କମ ଅଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ କୋଭିଡ 19 ର ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ଏଥିଯୋଗୁଁ ମୃତ୍ୟୁ କିପରି କମ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି | 

  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୁଣି କହିଛି ଯେ 30 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ମୃତ୍ୟୁ ହାର ଦେଶର  ହାରଠାରୁ କମ ଅଛି | ମଣିପୁର, ନାଗାଲାଣ୍ଡ, ଦାଦ୍ରା ଓ ନଗର ହାଭେଲି, ଡାମନ ଓ ଦିଉ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଏବଂ ସିକ୍କିମ ରେ ମୃତ୍ୟୁ ହାର ଶୂନ ଅଛି | 

ଦେଶରେ କୋଭିଡ -19 ରୋଗୀଙ୍କ ଆରୋଗ୍ୟ ହାର 62.42 ପ୍ରତିଶତକୁ ବୃଦ୍ଧି ପାଇଛି  ଏବଂ  18 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଏହା ଦେଶର ହାର ଠାରୁ ଅଧିକ ଅଛି |