ଭାରତ ଏବଂ ଆମେରିକା ମଧ୍ୟରେ ସାମରୀକ ଭାଗିଦାରୀ ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ ଅଗ୍ରଗତି କରିଛି କିନ୍ତୁ ଏହାର ପ୍ରାସଙ୍ଗିକତା ଏବଂ ଉପଯୋଗୀତା ପାଇଁ ବାସ୍ତବିକ ଚ୍ୟାଲେଞ୍ଜ ସେବେ ଦେଖାଦେଲା ଯେବେ ଭାରତ–ଚୀନ ସୀମାରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ନିଜର ଆକ୍ରମଣାତ୍ମକତା ପ୍ରଦର୍ଶନ କଲା |
ଅନେକ ଦେଶ ସହିତ ଭାରତର ସାମରିକ ଭାଗିଦାରୀ ରହିଛି କିନ୍ତୁ ଆମେରିକା ହିଁ ଚୀନର ଆକ୍ରମଣାତ୍ମକ ନୀତି ବିରୁଦ୍ଧରେ ଭାରତକୁ ଖୋଲାଖୋଲି ସମର୍ଥନ ଦେଇଛି ଏବଂ ଏହା ସହିତ ଏମିତି କିଛି ପଦକ୍ଷେପ ମଧ୍ୟ ନେଇଛି ଯାହାଦ୍ଵାରା ଚୀନ ଭାରତର ସେନାବାହିନୀ ଯବାନଙ୍କ ସହିତ ଶାରିରୀକ ବଳ ପ୍ରୟୋଗ କରିବା ସ୍ଥାନରୁ ନିଜର ବେଆଇନ ନିର୍ମାଣକୁ ହଟାଇବାକୁ ବାଧ୍ୟ କରିଛି| ଅବଶ୍ୟ ଏହା ସତ ଯେ ଚୀନ ବିରୁଦ୍ଧରେ ଭାରତ ଆମେରିକା ମଧ୍ୟରେ ସେନାବାହିନୀ ମେଣ୍ଟ ହୋଇନାହିଁ କିମ୍ଵା ଏହା ବିରୁଦ୍ଧରେ ମିଳିତ ମେଣ୍ଟ ଗଠନ କରିନାହିଁ |
କିନ୍ତୁ ସାମରୀକ ଭାଗିଦାରୀର ଭାବନା ଅନୁରୂପ ହ୍ଵାଇଟ ହାଉସ ଏବଂ ବୈଦେଶିକ ବିଭାଗର କିଛି ସାହସୀକ ଘୋଷଣା ତଥା ଦକ୍ଷିଣ ଚୀନ ସାଗରରେ ପେଣ୍ଟାଗନ ଦ୍ଵାରା ଦୁଇଟି ବିମାନ ବାହକ ପଠାଇବା ସଦୃଶ୍ୟ କାର୍ଯ୍ୟାନୁଷ୍ଠାନ ଚୀନକୁ କୌଣସି ପ୍ରକାର ଅନୈତିକ କାର୍ଯ୍ୟରୁ ନିବୃତ କରିବାକୁ ଦୃଢ ସଙ୍କେତ ଦେଇଛି |
ସୀମାରେ ଭାରତୀୟ ସେନାର ସୈନ୍ୟ କୌଶଳର ପ୍ରଦର୍ଶନ ସହିତ ଭାରତ–ଚୀନ ସୀମାରେ ସେନାବାହିନୀର ନୈତିକ ମନୋବଳକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପ୍ରକୃତରେ ଅଦ୍ଭୁତପୂର୍ବ ଥିଲା | ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ କୁଶଳ ନେତୃତ୍ଵରେ ବୈଦେଶିକ ମନ୍ତ୍ରଣାଳୟ ଦ୍ଵାରା ପ୍ରଦର୍ଶିତ ଉତକୃଷ୍ଟ କୂଟନୈତିକ କୌଶଳ ଏହାକୁ ଅଧିକ ଫଳପ୍ରଦ କରିଛି | ତଥା କୋଭିଡ-19 ମହାମାରୀ ମଧ୍ୟରେ ଚୀନର ଦାଦାଗିରୀକୁ ଉଚିତ ଉତ୍ତର ଦେଇଛି |
ବୈଦେଶିକ ଶକ୍ତି ସେତେବେଳେ ସହଯୋଗ କରିଥାନ୍ତି ଯେତେବେଳେ କୌଣସି ଦେଶ ନିଜକୁ ରକ୍ଷା କରିବାରେ କ୍ଷମତା ଦେଖାଇଥାଏ | ଭାରତ ସରକାର ଏହାର ମୁକାବିଲା ପାଇଁ ଏକ ଇକୋ ସିଷ୍ଟମ ପ୍ରସ୍ତୁତ କଲେ ଯେଉଁଥିରେ ଅନ୍ୟ ଦେଶ ସମେତ ଆମେରିକା ଚୀନକୁ ମହାଶକ୍ତି ହେବାର ମହତ୍ଵାକାଂକ୍ଷାକୁ ଦବେଇବା ପାଇଁ ଆଗେଇ ଆସିଲା |
ଜୀବନଘାତୀ କୋଭିଡ-19 ମହାମାରୀ ଆଳରେ ଚୀନ ନିଜର ସ୍ଥଳ ଏବଂ ଜଳ ସୀମାକୁ ଅନୈତିକ ଭାବରେ ବିସ୍ତାର କରିବାକୁ ନିଜର ପ୍ରକୃତ ରୂପ ଦେଖାଇଲା | ଗୋଟିଏ ପଟେ ଚୀନ ମହାମାରୀ ସମୟରେ ନିଜର ଆର୍ଥୀକ ଗତିବିଧିକୁ ବଢାଇବା ସହିତ ଅନ୍ୟ ଦେଶମାନେ ମହାମାରୀ ସହିତ ଲଢୁଥିବାବେଳେ ନିଜର ବିସ୍ତାରବାଦି ନୀତି ଅନୁଯାୟୀ ଅନ୍ୟ ଦେଶର ଭୂମିକୁ କବଳିତ କରିବାରେ ଯୋଜନା କରିବାରେ ଲାଗିଗଲା |
ଚୀନର ଶାନ୍ତିପୂର୍ଣ୍ଣ ଉଦୟ ସିଦ୍ଧାନ୍ତ କହୁଥିବା ଚୀନର ଅସଲି ରୂପ ପଦାକୁ ଆସିଗଲା ଯାହା ଚୀନ ଅନ୍ୟମାନଙ୍କୁ ଭ୍ରମରେ ପକାଇ କରିବାକୁ ଚାହୁଁଥିଲା | ଏହା ମଧ୍ୟ ଚୀନର ବ୍ୟବହାରରୁ ସ୍ପଷ୍ଟ ହୋଇଗଲା ଯେ ଚୀନ ସେହିସବୁ ଦେଶକୁ ହଇରାଣ କରିବାକୁ ଚାହୁଁଛି ଯେଉଁସବୁ ଦେଶ ସହ ଆମେରିକାର ନିବିଡ ସଂପର୍କ କିମ୍ଵା ସାମରୀକ ସଂପର୍କ ରହିଛି | ବ୍ୟବସ୍ଥିତ ଭାବେ ଚୀନ, ଜାପାନ, ଭିଏତନାମ, ଭାରତ, ଭୁଟାନ ଏବଂ ଅଷ୍ଟ୍ରେଲିଆ ସହିତ ଳଢିବାକୁ ଆଗଭର ହୋଇଗଲା | ହଙ୍ଗକଙ୍ଗ ସହିତ ଯେପରି ବ୍ୟବହାର ଚୀନ ଦେଖାଇଛି ସେଥିରୁ ବିସ୍ଵର ଧ୍ୟାନ ହଟେଇବାକୁ ଭାରତର ସୀମାରେ ଏପରି କଦର୍ଯ୍ୟ କାର୍ଯ୍ୟ କଲା |
କିନ୍ତୁ ଚୀନର ଅନୁମାନ ଭୁଲ ସାବ୍ୟସ୍ତ ହେଲା ଏବଂ ଭାରତ ସୀମାରୁ ତାକୁ ହଟିବାକୁ ପଡିଲା | ହଙ୍ଗକଙ୍ଗ ପୁଣି ଥରେ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଅନେକ ଦେଶର ନଜରକୁ ଫେରି ଆସିଲା | ଆମେରିକା ସ୍ପଷ୍ଟ ଭାବେ ଚୀନକୁ ଶତୃ ଦେଶ କହିଛି | ଆସିଆନ ରାଷ୍ଟ୍ର ସମୁହ ମଧ୍ୟ ଜାତିସଂଘର ମହାସାଗର ସଂଦ୍ଧି ଅନୁଯାୟୀ ଦକ୍ଷିଣ ଚୀନ ସାଗରରେ ନିୟମ ଅନୁଯାୟୀ ସଂଘର୍ଷ ପ୍ରସ୍ଥାବକୁ ସମର୍ଥନ କଲା | ଚୀନର ବି.ଆର.ଆଇ ଅନେକ ଦେଶକୁ ଆଘାତ ଦେଇଛି |
ଭାରତ ଏବଂ ଆମେରିକା ଦୀର୍ଘ ଦିନ ହେଲା ଏକ ଦୃଷ୍ଟିକୋଣର ପକ୍ଷଧର ରହିଛନ୍ତି ଯାହା ଚୀନକୁ ଅନ୍ତରାଷ୍ଟ୍ରୀୟ ପ୍ରଣାଳିରେ ଏକ ହିତାଧିକାରକ କରିବ | ଭାରତ ଏବଂ ଆମେରିକା ଭାବିଥିଲେ ଯେ ଚୀନ ସହିତ ବାଣିଜ୍ୟିକ ସଂପର୍କ ଏବଂ ନିବେସ ଦ୍ଵାରା ଚୀନ ନିଜର ବିଦେଶୀ ନୀତିକୁ ଅଧିକ ଉଦାର କରିବ କିନ୍ତୁ ଏହି ଧାରଣା ଭୁଲ ଥିଲା | କାରଣ ଚୀନର ବ୍ୟବହାର ସଠିକ ସିଦ୍ଧାନ୍ତ ଅନୁରୂପ ନୁହେଁ | ଏଣୁ ଚୀନ ପ୍ରତି ସର୍ବଦା ସାବଧାନ ଏବଂ ସତର୍କ ରହିବାର ଆବଶ୍ୟକତା ରହିଛି |ମୂଳ ଲେଖା: ପ୍ରଫେସର ଚିନ୍ତାମଣୀ ମହାପାତ୍ର