ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ବିଶ୍ଵ ଯୁବା ଦକ୍ଷତା ଦିବସ ଅବସରରେ ଭିଡିଓ କନଫରେନସିଙ୍ଗ ଜରିଆରେ ଉଦବୋଧନ ଦେଇ ସ୍ଥାନୀୟ ଅର୍ଥନୀତିରେ ପରିବର୍ତ୍ତନ ଆଣିବାରେ କୁଶଳୀ ପ୍ରବାସୀ କର୍ମଚାରୀ ମାନଙ୍କ ଭୂମିକା ଉପରେ ଜୋର ଦେଇଛନ୍ତି |
ଦକ୍ଷ ପେଷାଦାର ମାନଙ୍କ ମ୍ୟାପିଙ୍ଗ ପାଇଁ ସମ୍ପ୍ରତ୍ତି ଆରମ୍ଭ କରାଯାଇଥିବା ପୋର୍ଟାଲ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ଯେଉଁ କୁଶଳୀ କର୍ମଚାରୀ ମାନେ କୋଭିଡ ସଂକ୍ରମଣ ପାଇଁ ନିଜ ବାସସ୍ଥାନକୁ ଫେରିଆସିଛନ୍ତି ସେମାନେ ଏଥିରୁ ବହୁ ମାତ୍ରାରେ ଉପକୃତ ହୋଇପାରିବେ | ମାଉସରେ ଏକ କ୍ଲିକ କରି ନିଯୁକ୍ତି ଦାତା ମାନଙ୍କ ସହ ଯୋଗାଯୋଗ କରିବା ସହ ସବୁ ନିଯୁକ୍ତି ବିଷୟରେ ଅତି ସହଜରେ ଜାଣିପାରିବେ |
ପ୍ରଧାନମନ୍ତ୍ରୀ ଯୁବପିଢିକୁ ଦ୍ରୁତ ପରିବର୍ତ୍ତନଶୀଳ ବାତାବରଣ ତଥା ବ୍ୟାପାର ଓ ବଜାର ସ୍ଥିତିରେ ପ୍ରାସଙ୍ଗିକ ରହିବା ପାଇଁ କୁଶଳ, ପୁନର୍କୁଶଳ ଓ କୁଶଳ ଉନ୍ନୟନ ଆଦି କୌଶଳ ବିକାଶର ତିନୋଟି ମନ୍ତ୍ର ଦେଇଛନ୍ତି |ଶ୍ରୀ ମୋଦୀ କହିଛନ୍ତି ଯେ ପାଞ୍ଚ ବର୍ଷ ପୂର୍ବେ ଆଜିର ଦିନରେ ସ୍କିଲ ଇଣ୍ଡିଆ ମିସନ ଆରମ୍ଭ ହୋଇଥିଲା | ଦେଶର ଦକ୍ଷ ପେଷାଦାର ମାନଙ୍କ ପାଇଁ ଏହାଦ୍ବାରା ଏକ ବଳିଷ୍ଠ ମୌଳିକ ଢାଞ୍ଚା ଗଠନ କରାଯିବା ସହ ସ୍ଥାନୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି |