ମୁଖ୍ୟ ସମ୍ବାଦ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଈଦ –ଉଲ-ଜୁହା  ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଈଦ –ଉଲ-ଜୁହା ବଳିଦାନ ଓ ପ୍ରେମର ପ୍ରତୀକ ଓ ସମସ୍ତଙ୍କ ମଙ୍ଗଳ କାମନା ନିମନ୍ତେ ଏହା  ଦେଶବାସୀଙ୍କୁ ଅନୁପ୍ରାଣିତ କରିଆସୁଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ  ପବିତ୍ର ଈଦ –ଉଲ-ଜୁହା ପର୍ବ  ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଏହି ପର୍ବ ଆମକୁ ଏକ ନ୍ୟାୟ, ସମାନତା ଏବଂ ଉତ୍ତମ ସମାଜ  ଗଠନ ଲାଗି ପ୍ରେରଣା ଦେଇଥାଏ|ସେ ମଧ୍ୟ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି |

ଦେଶବ୍ୟାପୀ ଈଦ-ଉଲ-ଜୁହା ବା ବକରୀଦ ପର୍ବ ପାଳିତ ହେଉଛି | ମହାମାରୀ ଯୋଗୁଁ ମସଜିଦ ଗୁଡିକରେ  ସାମାଜିକ ଦୂରତା ପାଳନ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି  ଓ ସ୍ଵଚ୍ଛତା ନିୟମାବଳୀ ଅନୁକରଣ ଲାଗି ଅନୁରୋଧ କରାଯାଇଛି |

ଭାରତରେ ଅଦ୍ୟାବଧି କରୋନାଭାଇରସରୁ 1,094,374 ଜଣ ଆରୋଗ୍ୟ ଲାଭ କରିଛନ୍ତି ଗତ 24 ଘଣ୍ଟାରେ  36,569 ଜଣ ସୁସ୍ଥ ହୋଇଛନ୍ତି | ଦିଲ୍ଲୀରେ ଆରୋଗ୍ୟ ହାର 89.18 ପ୍ରତିଶତକୁ ବୃଦ୍ଧି ପାଇଛି |

ଦେଶରେ ଗତ 24 ଘଣ୍ଟାରେ କୋଭିଡ 19 ପାଇଁ 525,689 ଜଣଙ୍କ  ନମୁନା ପରୀକ୍ଷା କରାଯାଇଛି | ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଅଧିକ ସଂଖ୍ଯାରେ ଟେଷ୍ଟ କରାଯାଉଛି | ଭାରତରେ  ମୃତ୍ଯୁ ହାର 2.15 ପ୍ରତିଶତକୁ ଖସି ଆସିଛି |

ଆଜିଠାରୁ ଅନଲକ 3 ଲାଗୁ ହୋଇଛି | ତେବେ କେତୋଟି ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ଯୁ ବଳବତ୍ତର ରହିଛି | ଅଗଷ୍ଟ 31 ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ, ମେଟ୍ରୋ ଓ  ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ |

ପାକିସ୍ତାନ ପୁଣିଥରେ ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ନିୟନ୍ତ୍ରଣ ସୀମା ରେଖାରେ ଅସ୍ତ୍ରବିରତି ଲଙ୍ଘନ କରିଛି | ସୀମା ଆରପଟୁ ଗୁଳି ଚାଳନାରେ ଜଣେ ଯବାନ ଶହୀଦ ହୋଇଛନ୍ତି | ଭାରତ ପଟୁ ପାଲଟା ଆକ୍ରମଣ କରାଯାଇଛି |

ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି ପୂର୍ବ ଲଦାଖରେ ଚୀନର ଆକ୍ରମଣ ଓ ଭୁଟାନରେ ବେଜିଂର ଆଞ୍ଚଳିକ ଦାବିରୁ ଏହାର ପ୍ରକୃତ  ଉଦ୍ଦେଶ୍ୟ ଜଣାପଡୁଛି  |

ଇରାନର ସଡକ ଓ ସହରାଞ୍ଚଳ ବିକାଶ  ଉପମନ୍ତ୍ରୀ ମହମ୍ମଦ ରାସ୍ତାଡଙ୍କ  କହିବାନୁଯାୟୀ ଭାରତ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚବାହାର ବନ୍ଦରରେ ଆବଶ୍ଯକୀୟ   ଯନ୍ତ୍ରପାତି  ଖଞ୍ଜିବା ସହ ନିର୍ମାଣ କାର୍ଯ୍ୟରେ ଆଗେଇଛି | 

ଚୀନ, ମହାମାରୀ ଯୋଗୁଁ ସ୍ଥାନୀୟ ନିର୍ବାଚନକୁ ଘୁଞ୍ଚାଇଦେଇଛି |ଚୀନର ଜାତୀୟ ସୁରକ୍ଷା ଆଇନକୁ ନେଇ ସ୍ଵୟଂ ଶାସିତ ଅଞ୍ଚଳରେ ପ୍ରତିବାଦ  ଜାରି ରହିଛି |