ବିଦେଶୀ ଅନୁଦାନ (ନିୟନ୍ତ୍ରଣ ) ସଂଶୋଧନ ଆଇନ, 2020 ପାର୍ଲିଆମେଣ୍ଟରେ ଅନୁମୋଦନ ଲାଭ  କରିଛି

ବିଦେଶୀ ଅନୁଦାନ (ନିୟନ୍ତ୍ରଣ ) ସଂଶୋଧନ ଆଇନ, 2020 ଲୋକସଭାରେ ବାଚନିକ ଭୋଟରେ ପାସ ହେବା ସହ  ପାର୍ଲିଆମେଣ୍ଟରେ ଅନୁମୋଦନ ଲାଭ  କରିଛି |

ଏହି ବିଲ ପ୍ରସଙ୍ଗ ଉପରେ ଆଲୋଚନା ବେଳେ ଉତ୍ତର ଦେଇ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ  ନିତ୍ଯାନନ୍ଦ ରାୟ କହିଥିଲେ ଏହି ବିଲ ଯୋଗୁଁ ବିଦେଶୀ ପାଣ୍ଠିକୁ ଦେଶର ସାମାଜିକ ଢାଞ୍ଚା ତଥା ଅଭ୍ୟନ୍ତରୀଣ ସୁରକ୍ଷାରେ କୌଣସି ପ୍ରକାର ବାଧା ବିଘ୍ନ ସୃଷ୍ଟି କରିବା ଲାଗି ଉପଯୋଗ କରାନଯିବାକୁ ନିଶ୍ଚିତ କରାଯାଇପାରିବ | ବିଦେଶୀ ଅନୁଦାନ ଓ ଏଗୁଡ଼ିକର ବ୍ୟବହାରରେ ଏହି ବିଲ ସ୍ବଚ୍ଛତା ଆଣିବ ବୋଲି ସେ କହିଥିଲେ |

ଏହି ବିଲ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ 2010 ରେ ସଂଶୋଧନ ଆଣିଛି | ବ୍ୟକ୍ତି ବିଶେଷ, ସଂସ୍ଥା ଏନଜିଓ ଓ କମ୍ପାନୀ ଗୁଡିକ ଦ୍ଵାରା  ବିଦେଶୀ ଅନୁଦାନ ଗ୍ରହଣ ଓ ଏହାର  ଉପଯୋଗକୁ ଏହି ବିଲ ନିୟନ୍ତ୍ରଣ କରିବ |