ମିଆଁମାରରେ କୋଭିଡ 19 ମାମଲା ବୃଦ୍ଧିପାଇଥିବା ସତ୍ତ୍ୱେ ନିର୍ବାଚନ ସ୍ଥଗିତ ରଖାଯିବ ନାହିଁ 

ମିଆଁମାରରେ କୋଭିଡ 19 ମାମଲା ବୃଦ୍ଧିପାଇଥିବା ସତ୍ତ୍ୱେ ନିର୍ବାଚନ ସ୍ଥଗିତ ରଖାଯିବ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି   | ଗଣମାଧ୍ୟମ ସହ ଅନଲାଇନ ଜରିଆରେ କଥାବାର୍ତ୍ତା ବେଳେ ମିଆଁମାରର ନିର୍ବାଚନ  କମିଶନ ଦେଶରେ କାରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଏହି ନିର୍ବାଚନ ଆୟୋଜନ କରିବାକୁ  କହିଛନ୍ତି |

ଗତ ସପ୍ତାହରେ ସାମରିକ ସମର୍ଥିତ ମୁଖ୍ୟ ବିରୋଧୀ  ୟୁନିୟନ ସୋଲିଡାରିଟୀ  ଏଣ୍ଡ ଡେଭେଲପମେଣ୍ଟ ପାର୍ଟି ସମେତ 24 ଟି  ଦଳ ନିର୍ବାଚନ ପ୍ରଚାରରେ ସମସ୍ଯା ତଥା ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ସଙ୍କ୍ରାନ୍ତୀୟ ପ୍ରସଙ୍ଗ ଉଲ୍ଲେଖ  କରି ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ |

ରାଷ୍ଟ୍ର ପରାମର୍ଶଦାତ୍ରୀ ଅଙ୍ଗ ସାନ ସୁ କିଙ୍କ ନେତୃତ୍ଵରେ ଶାସକ ନେସନାଲ ଲିଗ ଫର ଡେମୋକ୍ରେସୀ ପାର୍ଟି କେନ୍ଦ୍ର ନିର୍ବାଚନ କମିଶନ  ଦ୍ଵାରା ଘୋଷିତ ତାରିଖରେ ନିର୍ବାଚନ କରେଇବାକୁ ସମର୍ଥନ ଜଣାଇଛି |