ଦେଶରେ ସକ୍ରିୟ COVID-19 ମାମଲା ଦେଢ଼ ମାସ ମଧ୍ୟରେ ପ୍ରଥମ ଥର ପାଇଁ 8 ଲକ୍ଷ ତଳେ

ଦେଢ଼ ମାସ ମଧ୍ୟରେ ପ୍ରଥମ ଥର ପାଇଁ ସକ୍ରିୟ କୋଭିଡ -19 ମାମଲା 8 ଲକ୍ଷରୁ ହ୍ରାସ ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ମନ୍ତ୍ରଣାଳୟ ଏକ ଟୁଇଟ୍‌ରେ କହିଛି ଯେ ଏହି ମହତ୍ତ୍ବପୂର୍ଣ ସଫଳତା ହେଉଛି କେନ୍ଦ୍ର ଦ୍ୱାରା ପରିଚାଳିତ ଟାର୍ଗେଟେଡ୍ ରଣନୀତିର ଫଳାଫଳ ଯାହାଫଳରେ ବହୁ ସଂଖ୍ୟକ ଆରୋଗ୍ୟ ଲାଭ ହେବା ସହିତ  କ୍ରମାଗତ ଭାବରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି

ଏହି ସମୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ହର୍ଷ ଭର୍ଦ୍ଦନ ଗତକାଲି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ବୟଂଶାସିତ ଅନୁଷ୍ଠାନର ମୁଖ୍ୟ ତଥା ନିର୍ଦ୍ଦେଶକଙ୍କ ସହ COVID ଉପଯୁକ୍ତ ପରିଚାଳନା ଉପରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ ସମସ୍ତ ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ମହାନ କାର୍ଯ୍ୟକୁ ଡ.ହର୍ଷବର୍ଦ୍ଧନ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ବିଶ୍ୱରେ 9 ଟି ଟୀକା ପ୍ରସ୍ତୁତକାରୀ ଉନ୍ନତ ପର୍ଯ୍ୟାୟରେ ଅଛନ୍ତି

ସେ କହିଛନ୍ତି, ଭାରତରେ ତିନିଟି ଟୀକା ପ୍ରସ୍ତୁତକାରୀ ସେମାନଙ୍କ ମଧ୍ୟରୁ ଉନ୍ନତ ଷ୍ଟେଜ -3 କ୍ଲିନିକାଲ ଟ୍ରାଏଲରେ ଏବଂ ଅନ୍ୟ ଦୁଇଟି ପର୍ଯ୍ୟାୟରେ – ୨ଟି ପରୀକ୍ଷାରେ ଭଲ ଫଳାଫଳ ଦର୍ଶାଇଛନ୍ତି ଭାରତରେ ଖୁବ୍ ଶୀଘ୍ର କରୋନା ଟିକା ଉତ୍ପାଦନ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି