ଚୀନ ଶ୍ରୀଲଙ୍କାର  ଆଭ୍ୟନ୍ତରିଣ ସୁରକ୍ଷାରେ ଅସ୍ଥିରତା ସୃଷ୍ଟି କରିଛି କହିଲେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ   

ଆମେରିକାର ବୈଦେଶିକ ମନ୍ତ୍ରୀ  ମାଇକ୍ ପୋମ୍ପିଓ କହିଛନ୍ତି ଯେ ଚୀନ ଶ୍ରୀଲଙ୍କାର  ଆଭ୍ୟନ୍ତରିଣ ସୁରକ୍ଷାରେ ଅସ୍ଥିରତା ସୃଷ୍ଟି କରିଛି |  ଶ୍ରୀଲଙ୍କାର ଦକ୍ଷିଣରେ ଥିବା ଭାରତ ମହାସାଗରର ସମୁଦ୍ର ପଥକୁ ଖୋଲା ରଖିବା ପାଇଁ ସୁରକ୍ଷା ସହଯୋଗ ସମ୍ପର୍କରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଙ୍କ ସହ ଆଲୋଚନା ପରେ ସେ ଗତକାଲି ଚୀନ୍ ଉପରେ ଏହି ମନ୍ତବ୍ୟ ଦେଇଛନ୍ତି । 

ନିକଟ ଅତୀତରେ ଏହି ଅଞ୍ଚଳରେ  ଚୀନ୍ ର ରାଜନୈତିକ  ତଥା ସାମରିକ  ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା  ବିରୁଦ୍ଧରେ ସହଯୋଗୀ ରାଷ୍ଟ୍ର ମାନଙ୍କ ସମର୍ଥନ ଲୋଡିବା  ଉଦ୍ଦେଶ୍ୟରେ ପୋମ୍ପିଓ  ଭାରତରୁ ଶ୍ରୀଲଙ୍କାରେ ପହଞ୍ଚିଥିଲେ।