ଆଫଗାନିସ୍ତାନରେ ବେଆଇନ ହତ୍ୟାକାଣ୍ଡ ସମ୍ପର୍କିତ ଏକ ରିପୋର୍ଟ ଆଧାରରେ ଅଷ୍ଟ୍ରେଲିଆ 13 ଜଣ ସ୍ୱତନ୍ତ୍ର ବାହିନୀ ସୈନିକଙ୍କୁ ଜବାବ ତଲବ କରିଛି । ଅଷ୍ଟ୍ରେଲୀୟ ସେନାର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରିକ୍ ବୁର କହିଛନ୍ତି ଯେ ବର୍ତ୍ତମାନ 13 ଜଣ ସୈନିକଙ୍କୁ ନୋଟିସ୍ ଜାରି କରାଯାଇଛି ।
ଗତ ସପ୍ତାହରେ ପ୍ରକାଶିତ ଏକ ମୁକ୍ତ ରିପୋର୍ଟ ଅନୁଯାୟୀ, 2015 ଏବଂ 2016 ରେ 39 ଜଣ ନିରସ୍ତ୍ର ଆଫଗାନ ବନ୍ଦୀ ଏବଂ ସାଧାରଣ ନାଗରିକଙ୍କୁ 19 ଜଣ ଅଷ୍ଟ୍ରେଲୀୟ ସୈନିକ ହତ୍ୟା କରିଥିଲେ । 2001 ରେ ଇସଲାମବାଦୀମାନେ କ୍ଷମତାରୁ ବିତାଡ଼ିତ ହେବା ପରେ ଆଫଗାନିସ୍ତାନରେ ତାଲିବାନ ବିଦ୍ରୋହ ଦମନ ପାଇଁ ଆମେରିକା ନେତୃତ୍ୱାଧୀନ ସୈନ୍ୟବାହିନୀରେ ଯୋଗଦେବାକୁ ଅଷ୍ଟ୍ରେଲିଆ ସୈନ୍ୟ ପଠାଇଥିଲା ।