ପ୍ରଧାନମନ୍ତ୍ରୀ ତାଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମହାମାରୀ ସମୟରେ ସାଂସ୍କୃତିକ ବନ୍ଧନକୁ ଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି; COVID-19 ବିରୋଧରେ ସୁରକ୍ଷା ମାନଦଣ୍ଡ କମ୍ ନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, ସଙ୍କଟ ସମୟରେ ସଂସ୍କୃତି ବହୁତ ସାହାଯ୍ୟ କରିଥାଏ ଏବଂ ଏହାର ମୁକାବିଲା ତଥା ପରିଚାଳନାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ସେ ଆହୁରି ମଧ୍ୟ କହିଛନ୍ତି ଯେ ଟେକ୍ନୋଲୋଜି ସାହାଯ୍ୟରେ ମଧ୍ୟ ସଂସ୍କୃତି ଏକ ଭାବଗତ ରିଚାର୍ଜ ପରି କାମ କରେ ଟେକ୍ନୋଲୋଜି ମାଧ୍ୟମରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ସାଂସ୍କୃତିକ ଐତିହ୍ୟ ଗ୍ରହଣ କରିବାର ଗୁରୁତ୍ୱ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ

ଅଜନ୍ତା ଗୁମ୍ଫାର ଐତିହ୍ୟ ଏବଂ କଳା ମଧ୍ୟ ଡିଜିଟାଇଜେସନ୍ ହୋଇ ପୁନଃନିର୍ମାଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଦେବୀ ଅନ୍ନପୂର୍ଣ୍ଣାଙ୍କର ଏକ ପୁରାତନ ପ୍ରତିମା କାନାଡାରୁ ଭାରତକୁ ଫେରୁଛି

ଶ୍ରୀ ମୋଦୀ କହିଛନ୍ତି ଯେ ଡକ୍ଟର ସଲିମ ଅଲିଙ୍କ 125 ତମ ଜୟନ୍ତୀ ସମରୋହ ଚଳିତ ମାସ 12 ତାରିଖରୁ ଆରମ୍ଭ ହୋଇଛି ପକ୍ଷୀ ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ଡାକ୍ତର ସଲିମ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ଏହା ଭାରତର ପକ୍ଷୀ ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଆକର୍ଷିତ କରିଛି

ବ୍ରାଜିଲର ଜୋନାସ ମାସେଟ୍ଟିଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାସେଟ୍ଟି ବିଶ୍ୱନାଥ ନାମରେ ମଧ୍ୟ ଜଣାଶୁଣା ସେ ବେଦାନ୍ତ ଏବଂ ଗୀତା ଉପରେ ଶିକ୍ଷା ଦିଅନ୍ତି ଏବଂ ବିଶ୍ୱବିଦ୍ୟା ନାମକ ଏକ ସଂସ୍ଥାର ପରିଚାଳନା କରନ୍ତି