ଚାଇନାରେ ଉତ୍ତର-ପୂର୍ବ ଲିଆଓନିଂ ପ୍ରଦେଶରେ ଜଣେ ଛୁରୀ ମାରି ସାତ ଜଣଙ୍କୁ ହତ୍ୟା କରିଛି । ଲିଆଓନିଙ୍ଗର ଏକ ଛୋଟ ସହର କାୟୁଆନରେ ଘଟିଥିବା ଏହି ଅମାନବୀୟ କାର୍ଯ୍ୟରେ ଅନ୍ୟ ସାତ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆକ୍ରମଣକାରୀ ଜଣେ ପୋଲିସ ଅଧିକାରୀଙ୍କୁ ଅଟକ ରଖି ଆକ୍ରମଣ କରିଥିଲା ।
ୟାଙ୍ଗ ନାମକ ଏହି ବ୍ୟକ୍ତି ଶନିବାର ସକାଳେ ଲିଆଓନିଙ୍ଗର ଏକ ଛୋଟ ସହର କାୟୁଆନରେ ଏପରି କରିଛି ବୋଲି ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି । ଅଭିଯୁକ୍ତ ଜଣକ ଏକ ସ୍ନାନାଗାର ବାହାରେ ମନଇଚ୍ଛା ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିବା କୁହାଯାଉଛି ।