ଗତକାଲି ଅନେକ ୟୁରୋପୀୟ ସଂଘ ଅଧୀନସ୍ଥ ଦେଶ କୋଭିଡ୍-19 ଟିକାକରଣ ଆରମ୍ଭ କରିଛନ୍ତି । ଇଟାଲୀରେ ରୋମର ଲାଜାରୋ ସ୍ପାଲାନଜାନି ଡାକ୍ତରଖାନାରେ ଜଣେ ନର୍ସ, ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଜଣେ ଡାକ୍ତର ପ୍ରଥେମ ଏହି ଟିକା ଗ୍ରହଣ କରିଛନ୍ତି ।
ସ୍ପେନରେ ଗୁଆଡାଲାଜାରାର ଲସ୍ ଓଲମୋସ୍ ନର୍ସିଂହୋମରେ ଟିକାକରଣ ଆରମ୍ଭ ହୋଇଛି । ଚେକ୍ ରିପବ୍ଲିକରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ୍ ବାବିସ୍ ପ୍ରଥମେ ଟିକାନେଇ ଦେଶରେ ଟିକାକରଣ ଆରମ୍ଭ କରିଛନ୍ତି ।
ଜର୍ମାନୀରେ ବୃଦ୍ଧାଶ୍ରମରେ ରହୁଥିବା 101 ବର୍ଷୀୟ ଏଡିଥ କୋଇଜଲ୍ଲା ଟକାର ପ୍ରଥକ ଦୁଇ ଡୋଜ୍ ନେଇଛନ୍ତି । ହଙ୍ଗେରୀରେ ଦକ୍ଷିଣ ପୋକ୍ର ଆରିଏନ୍ କର୍ଟେଜ୍ ନାମକ ଜଣେ ଡାକ୍ତର ଏହା ନେଇଥିବାବେଳେ ସ୍ଲୋଭାକିଆରେ ସଂକ୍ରାମକ ରୋଗ ବିଶେଷଜ୍ଞ ପ୍ରଥମେ ରହିଛନ୍ତି । ପ୍ରଥମ ଦଫାରେ ଅଧିକାଂଶ ୟୁରୋପୀୟ ସଂଘ ଦେଶରେ ଫାଇଜର-ଏନ୍ବାୟୋଟେକ୍ ଟିକାର 10,000 ଡୋଜ୍ ଦିଆଯିବ ।